ପ୍ରତ୍ୟେକ ବ୍ୟକ୍ତିର
ଉତ୍ତମ ସ୍ୱାସ୍ଥ୍ୟ ପାଇଁ
ଭିଟୋନା ରିସର୍ଚ୍ଚ ପ୍ରା.ଲି.ର ନୂତନ ଉତ୍ପାଦନ
ଭାରତରେ ଏବେ
ଜୀବନ-ଶୈଳୀ ରୋଗ ଯଥା ; ମୋଟାପଣ , ଉଚ୍ଚରକ୍ତଚାପ , ଟାଇପ୍-୨ ଡାଇବେଟିସ୍ ଏବଂ
ହୃଦ୍ରୋଗ ଆଦି ବ୍ୟାପକ ହେଉଛି । ୨୦୧୮ ମସିହାରେ Dept. of Medicine AIIMS ,
Bhopal (MP) ର ଡ. ସାଗର ଖାଡଙ୍ଗା ଏବଂ ଅନ୍ୟ ଡାକ୍ତରମାନଙ୍କ ତରଫରୁ କରାଯାଇଥିବା
ସର୍ବେକ୍ଷଣରୁ ଜଣାପଡିଛି ଯେ ଭାରତର କେତେକ ଅଞ୍ଚଳରେ ୪୦%ରୁ ଉଦ୍ଧ୍ୱର୍ ଲୋକଙ୍କ ଠାରେ
ଏହି ସମସ୍ୟା ଦେଖାଦେଲାଣି । ଶାରୀରିକ ପରିଶ୍ରମର ଅଭାବ , ଅଧିକ ଫାଷ୍ଟଫୁଡ୍ ଏବଂ
ଶର୍କରା / ଚିନି ମିଶ୍ରିତ ପଦାର୍ଥ ଅଧିକ ଖାଇବା ଏହାର ପ୍ରମୁଖ କାରଣ । ଅନ୍ୟ ପକ୍ଷରେ
ଲୋକଙ୍କ ଖାଦ୍ୟରେ ତନ୍ତୁଜାତୀୟ ପଦାର୍ଥ (Dietary Fibre) ଓ ପୁଷ୍ଟିସାର(Protein) ର
ଅଭାବ ଏହି ସମସ୍ୟାର ଅନ୍ୟ ଏକ ମୁଖ୍ୟ କାରଣ ରୂପେ ଅଭିହିତ । ତେଣୁ ପୃଥିବୀର
ସ୍ୱାସ୍ଥ୍ୟ-ବିଜ୍ଞାନୀମାନେ ଏବେ ଖାଦ୍ୟରେ ଅଧକ ତନ୍ତୁଯୁକ୍ତ ପାଦର୍ଥ ଏବଂ ପୃଷ୍ଟିସାର
ଯଥେଷ୍ଟ ପରିମାଣରେ ନେବାପାଇଁ ପରାମର୍ଶ ଦେଉଛନ୍ତି । କିନ୍ତୁ ଜନସାଧାରଣମାନଙ୍କ ମଧ୍ୟରେ
ଏଥିନେଇ ଯଥେଷ୍ଟ ସଚେତନତା ନଥିବାରୁ ଭିଟୋନା ରିସର୍ଚ୍ଚ ର ଗବେଶକମାନେ ଏ ଦିଗରେ
ଜନସାଧାରଣମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ଜାତୀୟ ପୁଷ୍ଟିବିଜ୍ଞାନ
ସଂସ୍ଥାନ (NIN) ସହ ନିଜର ଦିର୍ଘକାଳୀନ ତଥ୍ୟ ଆଦାନ ପ୍ରଦାନକୁ ଭିତ୍ତିକରି କେତେଗୁଡିଏ
ନବଉତ୍ପାଦନକୁ ଏକ ଷ୍ଟାର୍ଟଅପ୍ ଭାବେ ପ୍ରସ୍ତୁତ କରୁଛନ୍ତି ।